opac header image
Image from Google Jackets

ଚିତ୍ତରଞ୍ଜନ ଦାସଙ୍କ ଶ୍ରେଷ୍ଠ ପ୍ରବନ୍ଧ

By: Publication details: ନେବ ଦେଲ୍ହୀ : ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ, ଇଣ୍ଡିଆ, 2017.Description: 361 pagesISBN:
  • 9788123780887
Subject(s): DDC classification:
  • 82(081) MIS-C
Online resources: Summary: ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଗଦ୍ୟସାହିତ୍ୟକୁ ନୂତନ ଭାଷା ଓ ଚିନ୍ତାଚେତନାର ସାନ୍ନିଧ୍ଯ ଦେବାରେ ଚିତ୍ତରଞ୍ଜନ ଦାସ (୧୯୨୩-୨୦୧୧)ଙ୍କ ଭୂମିକା ଅସାମାନ୍ୟ । ପରିବର୍ତ୍ତନଶୀଳ ସମୟର ପୃଷ୍ଠଭୂମିରେ ଯାବତୀୟ ପ୍ରଥା-ପରମ୍ପରା ଓ ସାମାଜିକ-ରାଜନୀତି କ ବିଧୁବ୍ୟବସ୍ଥାକୁ ପ୍ରଶ୍ନ କରିବା ସହିତ ଏକ ସାଂସ୍କୃତିକ ପଟ୍ଟଭୂମିରେ ମଣିଷକୁ ବିଚାର କରିବା ଓ ବିପ୍ଳବୀ ଆତ୍ମାଟିଏ ପରି ମୁକ୍ତ ଭାବରେ ମତପ୍ରକାଶ କରିବା ତାଙ୍କର ବୈଶିଷ୍ଟ୍ୟ । ଶିକ୍ଷା, ସଂସ୍କୃତି, ଧର୍ମ, ଦର୍ଶନ, ସାହିତ୍ୟ, ରାଜନୀତି, ସମାଜତତ୍ତ୍ଵ, ମନସ୍ତତ୍ତ୍ୱ ଓ ନୃତତ୍ତ୍ୱ ଆଦି ସକଳ ବିଦ୍ୟା କ୍ଷେତ୍ରରେ ସେ ନିଜର ସ୍ଵତନ୍ତ୍ର ବିଚାର ବାଢ଼ିଛନ୍ତି ଓ ଏହାର ପ୍ରୟୋଗାତ୍ମକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସବୁଠି ତାଙ୍କର ଅନୁକରଣୀୟ ମନୀଷାର ମାଧୁର୍ଯ୍ୟ, ଅସାଧାରଣ ମିତ୍ରତାର ମନ୍ତ୍ର, ଅକାଟ୍ୟ ଯୁକ୍ତି, ତୀକ୍ଷ୍ଣ କଟାକ୍ଷ, ସତ୍ୟାନୁସନ୍ଧାନର ସ୍ପୃହା, ଉତ୍ତୀର୍ଣ୍ଣ ଚେତନା ଓ ଆତ୍ମିକ ଆଳାପର ସ୍ୱତଃସ୍ଫୁର୍ଭ ସ୍ୱାକ୍ଷର ସ୍ପଷ୍ଟ । ବିଶ୍ୱଭାରତୀ ଓ କୋପେନହେଗେନ ବିଶ୍ଵବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ଶ୍ରୀ ଦାସ ଚମ୍ପରିମୁଣ୍ଡାରେ ‘ଜୀବନ ବିଦ୍ୟାଳୟ’ର ସ୍ଥାପନା ଠାରୁ ଆଗ୍ରା ନିକଟସ୍ଥ ‘ରୁରାଲ ହାଏର ଇନ୍‌ଷ୍ଟିଚ୍ୟୁଟ’ ଓ ‘ସୋନେନବର୍ଗ ଇଣ୍ଟରନ୍ୟାସନାଲ ସେଣ୍ଟର’ରେ ଅତିଥୁ ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ଗାନ୍ଧୀ, ରବୀନ୍ଦ୍ରନାଥ ଓ ଶ୍ରୀଅରବିନ୍ଦଙ୍କ ଦର୍ଶନର ଅନୁଗାମୀ ସେ – ବଡ଼ ଅଦ୍ଭୁତ ଭାବରେ ବହୁପାଠୀ, ବହୁଭାଷୀ ଓ ବହୁସ୍ରାବୀ ; ପ୍ରବନ୍ଧ, ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଦିନଲିପି, ଭ୍ରମଣବୃତ୍ତାନ୍ତ, ଅନୁବାଦ ଏମିତି ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ଵ ପୁସ୍ତକର ସ୍ରଷ୍ଟା । ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସମେତ ‘ସାରଳା’, ‘ବିଷୁବ’ ଓ ‘ସାହିତ୍ୟ- ଭାରତୀ’ ଆଦି ବହୁ ମର୍ଯ୍ୟାଦାଜନକ ପୁରସ୍କାରରେ ସେ ସମ୍ମାନିତ । ତାଙ୍କର ଅଜସ୍ର ପ୍ରବନ୍ଧ ମଧ୍ଯରୁ ନିର୍ବାଚିତ ଏକୋଇଶଟି ପ୍ରବନ୍ଧ ଏଠାରେ ସଂକଳିତ ।
Star ratings
    Average rating: 0.0 (0 votes)
Holdings
Item type Current library Call number Status Barcode
Odia Collection Odia Collection NISER LIBRARY 1st Floor - Odia Collection 82(081) MIS-C (Browse shelf(Opens below)) Available 26072

ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ଗଦ୍ୟସାହିତ୍ୟକୁ ନୂତନ ଭାଷା ଓ ଚିନ୍ତାଚେତନାର ସାନ୍ନିଧ୍ଯ ଦେବାରେ ଚିତ୍ତରଞ୍ଜନ ଦାସ (୧୯୨୩-୨୦୧୧)ଙ୍କ ଭୂମିକା ଅସାମାନ୍ୟ । ପରିବର୍ତ୍ତନଶୀଳ ସମୟର ପୃଷ୍ଠଭୂମିରେ ଯାବତୀୟ ପ୍ରଥା-ପରମ୍ପରା ଓ ସାମାଜିକ-ରାଜନୀତି କ ବିଧୁବ୍ୟବସ୍ଥାକୁ ପ୍ରଶ୍ନ କରିବା ସହିତ ଏକ ସାଂସ୍କୃତିକ ପଟ୍ଟଭୂମିରେ ମଣିଷକୁ ବିଚାର କରିବା ଓ ବିପ୍ଳବୀ ଆତ୍ମାଟିଏ ପରି ମୁକ୍ତ ଭାବରେ ମତପ୍ରକାଶ କରିବା ତାଙ୍କର ବୈଶିଷ୍ଟ୍ୟ । ଶିକ୍ଷା, ସଂସ୍କୃତି, ଧର୍ମ, ଦର୍ଶନ, ସାହିତ୍ୟ, ରାଜନୀତି, ସମାଜତତ୍ତ୍ଵ, ମନସ୍ତତ୍ତ୍ୱ ଓ ନୃତତ୍ତ୍ୱ ଆଦି ସକଳ ବିଦ୍ୟା କ୍ଷେତ୍ରରେ ସେ ନିଜର ସ୍ଵତନ୍ତ୍ର ବିଚାର ବାଢ଼ିଛନ୍ତି ଓ ଏହାର ପ୍ରୟୋଗାତ୍ମକତା ଉପରେ ଗୁରୁତ୍ୱ ଦେଇଛନ୍ତି । ସବୁଠି ତାଙ୍କର ଅନୁକରଣୀୟ ମନୀଷାର ମାଧୁର୍ଯ୍ୟ, ଅସାଧାରଣ ମିତ୍ରତାର ମନ୍ତ୍ର, ଅକାଟ୍ୟ ଯୁକ୍ତି, ତୀକ୍ଷ୍ଣ କଟାକ୍ଷ, ସତ୍ୟାନୁସନ୍ଧାନର ସ୍ପୃହା, ଉତ୍ତୀର୍ଣ୍ଣ ଚେତନା ଓ ଆତ୍ମିକ ଆଳାପର ସ୍ୱତଃସ୍ଫୁର୍ଭ ସ୍ୱାକ୍ଷର ସ୍ପଷ୍ଟ । ବିଶ୍ୱଭାରତୀ ଓ କୋପେନହେଗେନ ବିଶ୍ଵବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ ଶ୍ରୀ ଦାସ ଚମ୍ପରିମୁଣ୍ଡାରେ ‘ଜୀବନ ବିଦ୍ୟାଳୟ’ର ସ୍ଥାପନା ଠାରୁ ଆଗ୍ରା ନିକଟସ୍ଥ ‘ରୁରାଲ ହାଏର ଇନ୍‌ଷ୍ଟିଚ୍ୟୁଟ’ ଓ ‘ସୋନେନବର୍ଗ ଇଣ୍ଟରନ୍ୟାସନାଲ ସେଣ୍ଟର’ରେ ଅତିଥୁ ଅଧ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି । ଗାନ୍ଧୀ, ରବୀନ୍ଦ୍ରନାଥ ଓ ଶ୍ରୀଅରବିନ୍ଦଙ୍କ ଦର୍ଶନର ଅନୁଗାମୀ ସେ – ବଡ଼ ଅଦ୍ଭୁତ ଭାବରେ ବହୁପାଠୀ, ବହୁଭାଷୀ ଓ ବହୁସ୍ରାବୀ ; ପ୍ରବନ୍ଧ, ସମାଲୋଚନା, ଜୀବନୀ, ଆତ୍ମଜୀବନୀ, ଦିନଲିପି, ଭ୍ରମଣବୃତ୍ତାନ୍ତ, ଅନୁବାଦ ଏମିତି ପ୍ରାୟ ଦୁଇଶହରୁ ଊର୍ଦ୍ଧ୍ଵ ପୁସ୍ତକର ସ୍ରଷ୍ଟା । ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ସମେତ ‘ସାରଳା’, ‘ବିଷୁବ’ ଓ ‘ସାହିତ୍ୟ- ଭାରତୀ’ ଆଦି ବହୁ ମର୍ଯ୍ୟାଦାଜନକ ପୁରସ୍କାରରେ ସେ ସମ୍ମାନିତ । ତାଙ୍କର ଅଜସ୍ର ପ୍ରବନ୍ଧ ମଧ୍ଯରୁ ନିର୍ବାଚିତ ଏକୋଇଶଟି ପ୍ରବନ୍ଧ ଏଠାରେ ସଂକଳିତ ।

There are no comments on this title.

to post a comment.