opac header image
Image from Google Jackets

ଏ ଜହ୍ନ ସାକ୍ଷୀ

By: Contributor(s): Publication details: Bhubaneswar : Black Eagle Books, 2023.Description: 143 pagesISBN:
  • 9781645603818
Subject(s): DDC classification:
  • 305-055.2 SHI-E
Online resources: Summary: ଚିରାଚରିତ ପ୍ରେମକାହାଣୀ, ନାରୀ ସଂଘର୍ଷ ଓ ନାରୀର ଅବଳା ଦୁର୍ବଳା ଚିତ୍ରଠୁ କିଛି ଭିନ୍ନ କଥାର ଉଦାହରଣ ଦିଏ ଉପନ୍ୟାସ 'ଚାନ୍ଦ୍ ଗବାହ୍]' ବା 'ଏ ଜହ୍ନ ସାକ୍ଷୀ' । କେବଳ ପ୍ରେମ ସଂଘର୍ଷ ଦୃଷ୍ଟିରୁ ନୁହଁ ବରଂ ଅନେକ ଦିଗରୁ ଏ ଉପନ୍ୟାସଟି ସ୍ୱତନ୍ତ୍ର ମନେହୁଏ । କାହାଣୀଟିର କେନ୍ଦ୍ରରେ ଯଦିଓ ନାରୀ, ପ୍ରେମ ଓ ପରିବାର ରହିଛି କିନ୍ତୁ ଏହାର ଚାରିପାଖରେ ଅନେକଗୁଡ଼ିଏ ସମ୍ବେଦନଶୀଳ ଅନୁଭବକୁ ଔପନ୍ୟାସିକା ସୁନ୍ଦର ଭାବରେ ଗଢ଼ି ତୋଳିଛନ୍ତି । ବାଲ୍ୟାବସ୍ଥାରୁ ନେଇ ଯୌବନ, ଏପରିକି ବୟସର ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚିବା ପରେ ମଧ୍ୟ ନାରୀକୁ ନିଜ ଇଚ୍ଛାରେ ବଞ୍ଚିବାର କି ସ୍ୱପ୍ନ ଦେଖିବାର ଅଧିକାର ନଥାଏ । ପ୍ରେମ ତ ସତେ ଯେପରି ତା'ପାଇଁ ଏକ ଗର୍ହିତ ଶବ୍ଦ । କିନ୍ତୁ ଉପନ୍ୟାସଟିରେ ଲେଖିକା କେବଳ ନାରୀର ପ୍ରେମପ୍ରଣୟ, ମାନସିକ ଯାତନା ଅବା ସଂଘର୍ଷର କାହାଣୀକୁ ବର୍ଣ୍ଣନା କରି ନାହାଁନ୍ତି, ବରଂ ସେ ନାରୀକୁ ସ୍ୱାଭିମାନର ସହ ବଞ୍ଚିବାର କଳା ଶିଖାଇଛନ୍ତି । ନାରୀ ନିଜର ରୁଚି, ପସନ୍ଦ ନା ପସନ୍ଦ ଓ ସ୍ୱପ୍ନକୁ ବଳିଦେଇ କେବଳ ପରିବାର ଓ ସମାଜର ଇଙ୍ଗିତରେ କାହିଁକି ପରିଚାଳିତ ହେବ? ତାହା ପୁଣି ସେଇ ପରିବାର ଓ ସମାଜ ପାଇଁ ଯିଏ ନାରୀଠାରୁ କେବଳ ତ୍ୟାଗ ଓ ସହନଶୀଳତା ଆଶା ରଖେ ଏବଂ ପ୍ରତିଦାନରେ କେବଳ ତିରସ୍କାର ଓ ସମାଲୋଚନା ହିଁ କରିଥାଏ । ଉପନ୍ୟାସଟିରେ ନାରୀର ଏକ ଭିନ୍ନ ଦିଗକୁ ପାଠକଙ୍କ ସାମ୍ନାରେ ଉପସ୍ଥାପିତ କରାଯାଇଛି । ଗୋଟେ ପଟେ ନିଜ ଇଚ୍ଛାରେ ନିିଜ ରୁଚିରେ ବଞ୍ଚିବାର ଏକ ନିର୍ଭିକ ନିଷ୍ପତ୍ତି ନେଉଥିବା 'ଦିଶା' ଏବଂ ଅନ୍ୟପଟେ ତାର ସମସ୍ତ କାର୍ଯ୍ୟକୁ ବିରୋଧ କରି ସବୁବେଳେ ସମାଲୋଚନା ନିନ୍ଦା କରିଆସୁଥିବା ତା' ପରିବାର ଆତ୍ମୀୟସ୍ୱଜନ । ମାଆର ସ୍ୱାଧୀନ ଭାବେ କିଛି କରିବାର ପ୍ରୟାସକୁ ଦୁଇଝିଅ ମଧ୍ୟ ସହଜରେ ଗ୍ରହଣ କରିପାରିନାହାନ୍ତି ଏବଂ ଏଥିପାଇଁ ସେମାନେ ମାଆଙ୍କୁ ଅନେକ କଟୁକଥା କହିବାକୁ ମଧ୍ୟ ପଛେଇନାହାନ୍ତି । ଏଥିରେ ଦୁଇ ପିଢ଼ିଙ୍କ ମଧ୍ୟରେ ଥିବା ଭାବନାଗତ ଅସାମଞ୍ଜସ୍ୟତା ଖୁବ୍ ନିଖୁଣ ଭାବରେ ବର୍ଣ୍ଣନା କରିବାରେ ଲେଖିକା ସଫଳ ହୋଇଛନ୍ତି ।
Star ratings
    Average rating: 0.0 (0 votes)
Holdings
Item type Current library Call number Status Barcode
Odia Collection Odia Collection NISER LIBRARY 1st Floor - Odia Collection 305-055.2 SHI-E (Browse shelf(Opens below)) Available 26103

ଚିରାଚରିତ ପ୍ରେମକାହାଣୀ, ନାରୀ ସଂଘର୍ଷ ଓ ନାରୀର ଅବଳା ଦୁର୍ବଳା ଚିତ୍ରଠୁ କିଛି ଭିନ୍ନ କଥାର ଉଦାହରଣ ଦିଏ ଉପନ୍ୟାସ 'ଚାନ୍ଦ୍ ଗବାହ୍]' ବା 'ଏ ଜହ୍ନ ସାକ୍ଷୀ' । କେବଳ ପ୍ରେମ ସଂଘର୍ଷ ଦୃଷ୍ଟିରୁ ନୁହଁ ବରଂ ଅନେକ ଦିଗରୁ ଏ ଉପନ୍ୟାସଟି ସ୍ୱତନ୍ତ୍ର ମନେହୁଏ । କାହାଣୀଟିର କେନ୍ଦ୍ରରେ ଯଦିଓ ନାରୀ, ପ୍ରେମ ଓ ପରିବାର ରହିଛି କିନ୍ତୁ ଏହାର ଚାରିପାଖରେ ଅନେକଗୁଡ଼ିଏ ସମ୍ବେଦନଶୀଳ ଅନୁଭବକୁ ଔପନ୍ୟାସିକା ସୁନ୍ଦର ଭାବରେ ଗଢ଼ି ତୋଳିଛନ୍ତି । ବାଲ୍ୟାବସ୍ଥାରୁ ନେଇ ଯୌବନ, ଏପରିକି ବୟସର ଏକ ନିର୍ଦ୍ଦିଷ୍ଟ ବିନ୍ଦୁରେ ପହଞ୍ଚିବା ପରେ ମଧ୍ୟ ନାରୀକୁ ନିଜ ଇଚ୍ଛାରେ ବଞ୍ଚିବାର କି ସ୍ୱପ୍ନ ଦେଖିବାର ଅଧିକାର ନଥାଏ । ପ୍ରେମ ତ ସତେ ଯେପରି ତା'ପାଇଁ ଏକ ଗର୍ହିତ ଶବ୍ଦ । କିନ୍ତୁ ଉପନ୍ୟାସଟିରେ ଲେଖିକା କେବଳ ନାରୀର ପ୍ରେମପ୍ରଣୟ, ମାନସିକ ଯାତନା ଅବା ସଂଘର୍ଷର କାହାଣୀକୁ ବର୍ଣ୍ଣନା କରି ନାହାଁନ୍ତି, ବରଂ ସେ ନାରୀକୁ ସ୍ୱାଭିମାନର ସହ ବଞ୍ଚିବାର କଳା ଶିଖାଇଛନ୍ତି । ନାରୀ ନିଜର ରୁଚି, ପସନ୍ଦ ନା ପସନ୍ଦ ଓ ସ୍ୱପ୍ନକୁ ବଳିଦେଇ କେବଳ ପରିବାର ଓ ସମାଜର ଇଙ୍ଗିତରେ କାହିଁକି ପରିଚାଳିତ ହେବ? ତାହା ପୁଣି ସେଇ ପରିବାର ଓ ସମାଜ ପାଇଁ ଯିଏ ନାରୀଠାରୁ କେବଳ ତ୍ୟାଗ ଓ ସହନଶୀଳତା ଆଶା ରଖେ ଏବଂ ପ୍ରତିଦାନରେ କେବଳ ତିରସ୍କାର ଓ ସମାଲୋଚନା ହିଁ କରିଥାଏ । ଉପନ୍ୟାସଟିରେ ନାରୀର ଏକ ଭିନ୍ନ ଦିଗକୁ ପାଠକଙ୍କ ସାମ୍ନାରେ ଉପସ୍ଥାପିତ କରାଯାଇଛି । ଗୋଟେ ପଟେ ନିଜ ଇଚ୍ଛାରେ ନିିଜ ରୁଚିରେ ବଞ୍ଚିବାର ଏକ ନିର୍ଭିକ ନିଷ୍ପତ୍ତି ନେଉଥିବା 'ଦିଶା' ଏବଂ ଅନ୍ୟପଟେ ତାର ସମସ୍ତ କାର୍ଯ୍ୟକୁ ବିରୋଧ କରି ସବୁବେଳେ ସମାଲୋଚନା ନିନ୍ଦା କରିଆସୁଥିବା ତା' ପରିବାର ଆତ୍ମୀୟସ୍ୱଜନ । ମାଆର ସ୍ୱାଧୀନ ଭାବେ କିଛି କରିବାର ପ୍ରୟାସକୁ ଦୁଇଝିଅ ମଧ୍ୟ ସହଜରେ ଗ୍ରହଣ କରିପାରିନାହାନ୍ତି ଏବଂ ଏଥିପାଇଁ ସେମାନେ ମାଆଙ୍କୁ ଅନେକ କଟୁକଥା କହିବାକୁ ମଧ୍ୟ ପଛେଇନାହାନ୍ତି । ଏଥିରେ ଦୁଇ ପିଢ଼ିଙ୍କ ମଧ୍ୟରେ ଥିବା ଭାବନାଗତ ଅସାମଞ୍ଜସ୍ୟତା ଖୁବ୍ ନିଖୁଣ ଭାବରେ ବର୍ଣ୍ଣନା କରିବାରେ ଲେଖିକା ସଫଳ ହୋଇଛନ୍ତି ।

There are no comments on this title.

to post a comment.