opac header image
Image from Google Jackets

ଦିଗବିଜୟୀ ଗଜପତି (ବିଜୟ ବାହୁଡ଼ା)

By: Publication details: Bhubaneswar : Black Eagle Books, 2023.Description: 170 pagesISBN:
  • 9781645603665
Subject(s): DDC classification:
  • 82-94 JEN-D
Online resources: Summary: ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ । ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗର ଓଡ଼ିଶା ରାଜ୍ୟଧାରଣ କରିଥିଲା ଦିଗବିଜୟରେ ମଣ୍ଡିତ ବିଶାଳ ସମ୍ରାଜ୍ୟ, ଧନଧାନ୍ୟରେ ପରିପୂର୍ଣ୍ଣ ରାଜ୍ୟର ରାଜକୋଷ, ସୁନ୍ଦର ସ୍ୱର୍ଣ୍ଣାଳଙ୍କାର-ଶୋଭିତ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଏବଂ ପଡ଼ୋଶୀଙ୍କୁ ଆକର୍ଷଣ କଲାପରି ଆଦର୍ଶ ଓଡ଼ିଆ ଜୀବନ । ନିଜ କଳେବରରୁ ବ୍ୟାପ୍ତ ଅସୁମାରି ଗଡ଼ଗୁଡିକର ସୁପରିଚାଳନା, ସାମରିକ ଗତିବିଧି ଗଜପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିଲା । ଓଡ଼ିଶାର ସୁବର୍ଣ୍ଣଯୁଗ ଆସିଥିଲା ଗଜପତି କପିଳେନ୍ଦ୍ରଦେବଙ୍କ ଦିଗବିଜୟ କାଳରେ (୧୪୩୫-୧୪୬୬ ମସିହା) ଯେତେବେଳେ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ସ୍ପର୍ଶ କରିଥିଲା । ସମଗ୍ର ଭାରତ ଯବନ ଆକ୍ରମଣରେ ଅତିଷ୍ଠ ହେବାବେଳେ ସେହି ଗଜପତି ପଞ୍ଚଦଶ ଶତାବ୍ଦୀର ସର୍ବଶକ୍ତିମାନ ହିନ୍ଦୁ ସମ୍ରାଟ ଥିଲେ । ଓଡ଼ିଆ ପାଇକମାନଙ୍କର ଗଜପତି ବାହିନୀ ରାଜ୍ୟର ପ୍ରତିଦିଗକୁ ଦିଗ୍]ବିଜୟ ଅପ୍ରତିହତ ରହିଥିବାବେଳେ, ରାଜ୍ୟର ଅଭ୍ୟନ୍ତରରେ ସମନ୍ୱିତ ହୋଇ ଗଢ଼ି ଉଠିଥିଲା ଓଡ଼ିଶା ରାଷ୍ଟ୍ର, ତେଜି ଉଠିଥିଲା ଓଡ଼ିଆ ଭାଷା ଆଉ ଆଧ୍ୟାତ୍ମିକ ଭାବରେ ଶ୍ରୀଜଗନ୍ନାଥ ପ୍ରକଟିତ ହୋଇଥିଲେ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ।
Star ratings
    Average rating: 0.0 (0 votes)

ଏହି ପୁସ୍ତକଟି ପାଠକଙ୍କୁ ନେଇଯାଏ ଗଜପତି କପିଳେନ୍ଦ୍ରଦେବଙ୍କ ସହିତ ରାଜଧାନୀ କଟକର ବାରବାଟୀରୁ ତଦାନୀନ୍ତନ ଗମନାଗମନ ରାସ୍ତାର ଗଡ଼ଗୁଡିକରେ ରାତ୍ରିଯାପନ କରି ଗଜପତି ଜୀବନର ସମସ୍ତ ସାଫଲ୍ୟ କାହାଣୀ ଅବଗତ କରାଇ ପୁଣ୍ୟତୋୟା କୃଷ୍ଣାନଦୀ ତଟ ବିଜୟବାହୁଡା ଓଡ଼ିଆ ଗଡ଼କୁ । ଦିନେ ଯେ ସିଂହାସନରୁ ଅବତରଣ କରି ଗଜପତି ଛଅଜଣ ମହାପାତ୍ରଙ୍କ ସହିତ ବିଜୟବାହୁଡ଼ା ଗସ୍ତକରିବେ ଏବଂ ଅନ୍ତିମ ଶଯ୍ୟାରେ ନିଜର ସମସ୍ତ ଅଳଙ୍କାର ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରି ସେଠାରେ ଶେଷ ନିଶ୍ୱାସ ତ୍ୟାଗ କରିବେ ଏହା ବିଧିର ବିଧାନ ଥିଲା । ଏହା ସହିତ ଅନ୍ତର୍ନିହିତ ଥିଲା ଗଜପତି ପରିବାର ପାଇଁ ଦାୟାଦ ଚୟନରେ ଜଗନ୍ନାଥଙ୍କର ସ୍ୱପ୍ନାଦେଶର ଫଳାଫଳ । ପଞ୍ଚଦଶ ଶତାବ୍ଦୀ ମଧ୍ୟଭାଗର ଓଡ଼ିଶା ରାଜ୍ୟଧାରଣ କରିଥିଲା ଦିଗବିଜୟରେ ମଣ୍ଡିତ ବିଶାଳ ସମ୍ରାଜ୍ୟ, ଧନଧାନ୍ୟରେ ପରିପୂର୍ଣ୍ଣ ରାଜ୍ୟର ରାଜକୋଷ, ସୁନ୍ଦର ସ୍ୱର୍ଣ୍ଣାଳଙ୍କାର-ଶୋଭିତ ଶ୍ରୀମନ୍ଦିରର ତ୍ରିମୂର୍ତ୍ତି ଏବଂ ପଡ଼ୋଶୀଙ୍କୁ ଆକର୍ଷଣ କଲାପରି ଆଦର୍ଶ ଓଡ଼ିଆ ଜୀବନ । ନିଜ କଳେବରରୁ ବ୍ୟାପ୍ତ ଅସୁମାରି ଗଡ଼ଗୁଡିକର ସୁପରିଚାଳନା, ସାମରିକ ଗତିବିଧି ଗଜପତିଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରହିଥିଲା । ଓଡ଼ିଶାର ସୁବର୍ଣ୍ଣଯୁଗ ଆସିଥିଲା ଗଜପତି କପିଳେନ୍ଦ୍ରଦେବଙ୍କ ଦିଗବିଜୟ କାଳରେ (୧୪୩୫-୧୪୬୬ ମସିହା) ଯେତେବେଳେ ରାଜ୍ୟର ସୀମା ଉତ୍ତରରେ ଗଙ୍ଗାନଦୀରୁ ଦକ୍ଷିଣରେ କନ୍ୟାକୁମାରୀ ସ୍ପର୍ଶ କରିଥିଲା । ସମଗ୍ର ଭାରତ ଯବନ ଆକ୍ରମଣରେ ଅତିଷ୍ଠ ହେବାବେଳେ ସେହି ଗଜପତି ପଞ୍ଚଦଶ ଶତାବ୍ଦୀର ସର୍ବଶକ୍ତିମାନ ହିନ୍ଦୁ ସମ୍ରାଟ ଥିଲେ । ଓଡ଼ିଆ ପାଇକମାନଙ୍କର ଗଜପତି ବାହିନୀ ରାଜ୍ୟର ପ୍ରତିଦିଗକୁ ଦିଗ୍]ବିଜୟ ଅପ୍ରତିହତ ରହିଥିବାବେଳେ, ରାଜ୍ୟର ଅଭ୍ୟନ୍ତରରେ ସମନ୍ୱିତ ହୋଇ ଗଢ଼ି ଉଠିଥିଲା ଓଡ଼ିଶା ରାଷ୍ଟ୍ର, ତେଜି ଉଠିଥିଲା ଓଡ଼ିଆ ଭାଷା ଆଉ ଆଧ୍ୟାତ୍ମିକ ଭାବରେ ଶ୍ରୀଜଗନ୍ନାଥ ପ୍ରକଟିତ ହୋଇଥିଲେ ଓଡ଼ିଶାର ରାଷ୍ଟ୍ରଦେବତା ଭାବରେ ।

There are no comments on this title.

to post a comment.