000 04614 a2200277 4500
003 NISER
005 20251209162343.0
008 251121b |||||||| |||| 00| 0 hin d
020 _a9781645603672
_qPaperback
040 _aNISER LIBRARY
_beng
_cNISER LIBRARY
082 _a305-055.2
_bMIS-D
100 _aମିଶ୍ର, ଗୋବିନ୍ଦ
245 _aଧୂସର ଶୈଶବ
260 _aBhubaneswar :
_bBlack Eagle Books,
_c2023.
300 _a220 pages
520 _aଗୋବିନ୍ଦ ମିଶ୍ର କେବଳ ଆଧୁନିକ ହିନ୍ଦୀ ସାହିତ୍ୟର ନୁହନ୍ତି, ସମସାମୟିକ ଭାରତୀୟ ସାହିତ୍ୟର ଏକ ମୁର୍ଦ୍ଧନ୍ୟ ଓ ବଳିଷ୍ଠ ସ୍ୱର । ଦୀର୍ଘ ଛଅ ଦଶନ୍ଧିରୁ ଅଧିକ କାଳ ଧରି ସେ ସାହିତ୍ୟ ସାଧନାରେ ନିମଗ୍ନ । ଉଚ୍ଚ ପ୍ରଶାସନିକ ପଦପଦବୀରେ ରହିସୁଦ୍ଧା ଚିନ୍ତା ଓ ଚେତନାରେ ସେ ସଦାବେଳେ ମାଟିମନସ୍କ ଓ ସାମାଜିକ ସତ୍ୟାନୁସନ୍ଧାନୀ । ତାହା ତାଙ୍କର ଗଳ୍ପ ଓ ଉପନ୍ୟାସ ଉଭୟରେ ବାରମ୍ବାର ପାଠକମାନେ ଦେଖିବାକୁ ପାଇଥାନ୍ତି ।୧୯୬୦ ଦଶକ ବେଳକୁ ହିନ୍ଦୀ ସାହିତ୍ୟରେ ଯେଉଁ ନୂଆ ପରୀକ୍ଷାନିରୀକ୍ଷା ଆରମ୍ଭ ହୋଇଥିଲା, ସେଥିରେ ପରମ୍ପରାବାଦୀଙ୍କ ବିରୁଦ୍ଧରେ 'ନୟୀ କହାନୀ' ଆନ୍ଦୋଳନର ପ୍ରବକ୍ତାମାନେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ । ଆଲୋଚିତ ଉପନ୍ୟାସ 'ଧୂଲ୍ ପୌଧୋଁ ପର' ସମ୍ପୂର୍ଣ୍ଣ ରୂପେ ଏକ ପରୀକ୍ଷାନିରୀକ୍ଷାଧର୍ମୀ ସାମାଜିକ- ମନସ୍ତାତ୍ତ୍ୱିକ ଉପନ୍ୟାସ ଯେଉଁଥିରେ ଜଣେ ନାରୀର ଏକକ ସଂଗ୍ରାମକୁ ଅତି ନିଖୁଣ ଭାବେ ଚିତ୍ରିତ କରାଯାଇଛି । ନିଜ ସହ ଜଣେ ସଂଘର୍ଷ କରୁଥିବା ନାରୀ ନିଜ ପରିବାର ଓ ସମାଜ ସହ ଯେତେବେଳେ ସାମ୍]ନା କରେ, ସେ ସଂଘର୍ଷ କରେ, ତା'ସହିତ କେହି ସହଯୋଦ୍ଧା ନଥାନ୍ତି । ଏପରିକି ସମୟ ମଧ୍ୟ ହାତ ଛାଡ଼ିଦିଏ । ସ୍ଥାନ, କାଳ ଓ ପାତ୍ର ଏକ ଚକ୍ରବ୍ୟୂହ ରଚନା କରନ୍ତି ଓ ନିଷ୍ପାପ ଅଭିମନ୍ୟୁଟି ଯୁଦ୍ଧ କରିଚାଲେ । କିନ୍ତୁ ଏ ଯୁଦ୍ଧରେ ଅଭିମନ୍ୟୁ ସପ୍ତରଥୀଙ୍କ ଦ୍ୱାରା ନିପାତ ହୁଏନାହିଁ । ବରଂ ସେ ସମୟ ଓ ସମାଜ ନିକଟରେ ନିଜର ଯଥାର୍ଥ୍ୟ ପ୍ରତିପାଦନ କରେ । ସବୁ ସିଦ୍ଧି ପାଇଁ ଯେପରି ସାଧନା କରିବାକୁ ପଡ଼ିଥାଏ, ସ୍ୱାର୍ଥକୁ ଜଳାଞ୍ଜଳି ଦେବାକୁ ପଡ଼ିଥାଏ ତାହା ହିଁ ଘଟିଛି ଏ ଉପନ୍ୟାସର ନାରୀଟି କ୍ଷେତ୍ରରେ । ସେ ପ୍ରମାଣିତ କରିଛି, ସେ ଅବଳା ନୁହେଁ, ତା'ର ମଧ୍ୟ ପ୍ରତିବାଦ କରିବାର ଅଧିକାର ଅଛି । ସେଇ ଅଧିକାର ବଳରେ ସେ ପରିବାରକୁ, ସମାଜକୁ ବଦଳାଇଛି । ବଦଳାଇ ଦେଇଛି ନାରୀ- ପୁରୁଷ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଓ ସଂଜ୍ଞାକୁ । ଶିକ୍ଷା ଠାରୁ ଆରମ୍ଭ କରି ସାମାଜିକ ସଂସ୍କାରରେ ଥିବା କଳ୍ମଷକୁ ।
650 _aWomen
_zIndia
_vFiction
650 _aWomen
_xSocial conditions
_zIndia
_vFiction
650 _aSocial change
700 _aମଲ୍ଲିକ, ନିହାରିକା
_6880-03
856 _3Reviews
_uhttps://www.goodreads.com/book/show/125376255-dhusara-saisaba#CommunityReviews
942 _cOC
_2udc
999 _c36428
_d36428