TY - GEN AU - ଦାଶ, ଭିକାରୀ ଚରଣ AU - ପାଣିଗ୍ରାହୀ, କାଳିନ୍ଦୀ ଚରଣ AU - ମୁଖାର୍ଜୀ, ଶରତ ଚନ୍ଦ୍ର AU - ମହାପାତ୍ର, ହରିହର AU - ରାୟ, ଅନ୍ନଦା ଶଙ୍କର AU - ସରଳା ଦେବୀ AU - ସୁପ୍ରଭା ଦେବୀ AU - ମହାନ୍ତି, ମୁରଲୀଧର AU - ପ୍ରତିଭା ଦେବୀ AU - ଦାସ, ବୈଷ୍ଣବ ଚରଣ TI - ବାସନ୍ତୀ SN - 9781645602576 U1 - 82-311.4 PY - 2023/// CY - Bhubaneswar PB - Black Eagle Books KW - Odia fiction KW - Social problems KW - India KW - Fiction KW - Women KW - Social life and customs KW - Odisha (India) KW - Kolkata (India) N2 - 'ବାସନ୍ତୀ' ଆଧୁନିକ ଓଡ଼ିଆ ସାହିତ୍ୟର ତଥାକଥିତ ସବୁଜ ଯୁଗର ଏକ ଚର୍ଚ୍ଚିତ ଓ କ୍ରାନ୍ତିକାରୀ ଉପନ୍ୟାସ । ବଙ୍ଗଳାର 'ବାରୋୟାରୀ' ଉପନ୍ୟାସ ଢାଞ୍ଚାରେ ଏହାର ସଂରଚନା-ସଂକଳ୍ପ ହୋଇଥିଲେ ହେଁ, ଓଡ଼ିଶାର ସମକାଳୀନ ସମାଜର ପୁଙ୍ଖାନୁପୁଙ୍ଖ ଚିତ୍ର ଏଥିରେ ସଜୀବ ଓ ଖୁବ୍ ପ୍ରଭାବଶାଳୀ ଭଙ୍ଗୀରେ ରୂପାୟିତ । କଟକର ରେଭେନ୍ସା କଲେଜ, ପେଟିନ୍ ସାହିରୁ ଏହାର ଅୟମାରମ୍ଭ ହୋଇ ବାଲେଶ୍ୱରର ଶିମିଳିପୁର ଏବଂ କଲିକତାର 'ଉତ୍କଳ ନିବାସ', ବର୍ଦ୍ଧମାନ ଜିଲ୍ଲାର ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଏହା ବିସ୍ତୃତି ଲାଭ କରିଛି । ଏଥିରେ ସାଧାରଣ ମଣିଷ ମୁହଁର ଭାଷା, ମନର ଭାବନା ଏବଂ ଚଳଣି ଓ ବିଚାର ବିଶେଷ ସ୍ଥାନ ଦଖଲ କରିଅଛି । ମଣିଷର କୈଶୋର, ଯୌବନ ଏବଂ ପୌଗଣ୍ଡର ଅବସ୍ଥାଗତ ଭାବନା କିଛି ଚରିତ୍ରଙ୍କ ଦ୍ୱାରା ମଧ୍ୟ ଗୁରୁତ୍ୱଲାଭ କରିଛି । ହୃଦୟାବେଗକୁ ସାଇତି 'ବାସନ୍ତୀ' ସଂପ୍ରସାରିତ ଜୀବନ ବିଶ୍ୱାସର ବିଶେଷ ଗମ୍ଭୀର ଆହ୍ୱାନଟିଏ ପାଲଟିଯାଇଛି । ଦାମ୍ପତ୍ୟର ଅସମର୍ଥତା, ଅହଙ୍କାର ଏବଂ ଅଭିମାନର ଏକ ତ୍ରିବେଣୀ ତୁଠ ସାଜିଛି ଏ ଉପନ୍ୟାସ । ଆନ୍ତରିକତା ଏବଂ ଅନୁତାପର ସ୍ନିଗ୍ଧ ମଧୁର ଆଟୋପ ବେଶ୍ ଅନୁଭବିହୁଏ ଏଥିରୁ । ସମକାଳୀନ ଜୀନଚର୍ଯ୍ୟାର ଏକ ବ୍ୟଥା-ବିଧୂର ସ୍ପର୍ଶ ଯୋଗାଇବାରେ ଏହା ସମର୍ଥ । ଓଡ଼ିଆ ସାହିତ୍ୟର ଇତିହାସରେ ଏବଂ ଓଡ଼ିଆ ଉପନ୍ୟାସ ସାହିତ୍ୟର ଗତିଧାରାରେ ଏହାର ସ୍ଥାନ ଏଣୁ ଅତି ଉଚ୍ଚରେ । 'ବାସନ୍ତୀ' ଉପନ୍ୟାସ ଧାରାବାହିକ ରୂପେ 'ଉତ୍କଳ ସାହିତ୍ୟ' ମାସିକ ପତ୍ରିକାରେ ୧୯୨୬-୨୭ ସାଲରେ ପ୍ରଥମେ ପ୍ରକାଶ ପାଇଥିଲା । ଏହାପରେ ୧୯୩୧ ମସିହାରେ ଶ୍ରୀ ଶରତ ଚନ୍ଦ୍ର ମୁଖାର୍ଜୀଙ୍କ ସମ୍ପାଦନାରେ ଏହି ଉପନ୍ୟାସର ପ୍ରଥମ ସଂସ୍କରଣ ହେଲା । UR - https://www.goodreads.com/book/show/122897026-basanti#CommunityReviews ER -