ଶରଶଯ୍ୟା
Publication details: Bhubaneswar : Black Eagle Books, 2023.Description: 120 pagesISBN:- 9781645603870
- 82:159.94 MOD-S
| Item type | Current library | Call number | Status | Barcode | |
|---|---|---|---|---|---|
Odia Collection
|
NISER LIBRARY 1st Floor - Odia Collection | 82:159.94 MOD-S (Browse shelf(Opens below)) | Available | 26104 |
ହୃଦୟରୁ ଝରୁଥିବା ରକ୍ତରେ ଲେଖାଯାଇଛି ଶରଶଯ୍ୟା, ଜୀବନ ଯନ୍ତ୍ରଣାର ଭୟଙ୍କର ଅନୁଭବ । ପଢ଼ିଲା ବେଳେ ଆଖିରୁ ଝରିଆସୁଥିବା ଲୁହକୁ ଅଟକାଇ ପାରିଲିନି । ଆଉ ଏ ବହିର 'ମାଷ୍ଟର ପିସ୍]' ତ୍ରୟୋଦଶ ଅଧ୍ୟାୟ 'ଭଗବାନଙ୍କୁ ଗୋଟେ ଖୋଲାଚିଠି' ମୋ ଅନ୍ତରକୁ ଦୋହଲାଇ ଦେଇଥିଲା । କଷ୍ଟ ଯନ୍ତ୍ରଣା ସମୁଦ୍ରରେ ବୁଡ଼ି ବୁଡ଼ି ଜଣେ ଏତେ ସକାରାତ୍ମକ ଭାବରେ ଭଗବାନଙ୍କୁ ନିଜର କରିବାରେ କାର୍ପଣ୍ୟ କରିନାହାଁନ୍ତି । "ଆପଣ ଏହି ଲୁଚକାଳି ଖେଳ ଛାଡନ୍ତୁ ଏବଂ ମୋ ସାମନାକୁ ଆସନ୍ତୁ । ମୁଁ ମୋ ବାଳ ଧୋଇଦେବି ଏବଂ ସେଗୁଡ଼ିକୁ ଏକାଠି କରି ବାନ୍ଧି ଦେବି । ମୁଁ ମୋର ଅତିପ୍ରିୟ ମୟୁରକଣ୍ଠୀ ନୀଳ ଶାଢ଼ୀରେ ସଜେଇ ହେବି । ଆପଣ ମୋର ଟର୍କିସ୍ କାନଫୁଲ ଏବଂ କଙ୍କଣ ଦେଖି ମୋତେ ଚହ୍ନିପାରିବେ । ମୁଁ ମୋ ବାରଣ୍ଡାରେ ଆପଣଙ୍କ ସହିତ ବସିବି କାଡ଼ାମନ ବାସ୍ନାର କଫି ସହିତ । ମୁଁ କିଛି ବି ପ୍ରଶ୍ନ ପଚାରିବି ନାହିଁ । ଆମେ ଉଭୟେ ଉଭୟଙ୍କର ସୌହାର୍ଦ୍ଦ୍ୟ ଅନୁଭବ କରିବା ମୋ ବାରଣ୍ଡାରେ ଲାଗିଥିବା ଦୋଳି ଉପରେ ବସି । ମୁଁ ଆପଣଙ୍କ କାନ୍ଧ ଉପରେ ମୁଣ୍ଡ ରଖିବି । ମୁଁ ଚାହେଁ ଆପଣ ଆପଣଙ୍କ ରୁମାଲରେ ମୋ ଲୁହ ପୋଛି ଦିଅନ୍ତୁ । ମୁଁ ବହୁତ ଥକି ଯାଇଛି କିନ୍ତୁ ହାରି ଯାଇନି ।" ପୁସ୍ତକଟିରେ ଅନେକ ସ୍ଥାନରେ ପୁନଃ କଥନ ଓ ଅତିକଥନ ବେଳେବେଳେ ଅପ୍ରୀତିକର ଲାଗିପାରେ କିନ୍ତୁ ଯନ୍ତ୍ରଣାର ଅନୁଭବ, ଆକସିଡେଣ୍ଟାଲ, ଡାକ୍ତରଖାନାର ୧୧ ମାସର କଷ୍ଟ, ୧୬ରୁ ଅଧିକ ଅପରେସନ ବିରଳ ବ୍ୟାକ୍ଟୋରିଆ ଇନ୍]ଫେକ୍ସନ, ଆତ୍ମୀୟ, ପୁଅ, ଝିଅ, ସ୍ୱାମୀ, ସାଙ୍ଗସାଥୀ ମାନଙ୍କର ଭୂମିକା ଡାକ୍ତର ଓ ଥେରାପିଷ୍ଟ ମାନଙ୍କର ସାହାଯ୍ୟ ୧୪ଟି ଅଧ୍ୟାୟରେ ଲିପିବଦ୍ଧ ହୋଇଛି । ଶେଷ ଅଧ୍ୟାୟ ଜୀବନକୁ ଏସବୁ ପରେ ବି ସେ ଅତିମାତ୍ରାରେ ଭଲ ପାଆନ୍ତି । ସର୍ବଶେଷ ଉପଲବ୍]ଧି ହେଲା, "ତୁମେ ଯେତେବେଳେ ହସୁଛ, ପୃଥିବୀ ତୁମ ସହିତ ହସେ, କିନ୍ତୁ ତୁମେ ଯେତେବେଳେ କାନ୍ଦୁଛ, ତୁମକୁ ଏକାହିଁ ସବୁ ଯନ୍ତ୍ରଣା ପିଇ କାନ୍ଦିବାକୁ ପଡ଼େ ।"
There are no comments on this title.