opac header image
Image from Google Jackets

କାଁହୁଚରଣ ତିନୋଟି ଉପନ୍ୟାସ : ଏପାରି ସେପାରି, ଅଭିନେତ୍ରୀ, ଭୁଲି ହୁଏନା

By: Publication details: Bhubaneswar : Black Eagle Books, 2021.Description: 211 pagesISBN:
  • 9781645601876
Subject(s): DDC classification:
  • 82-31(081) MOH-T
Online resources: Summary: ଓଡ଼ିଆ ଉପନ୍ୟାସ ଜଗତରେ କାହ୍ନୁଚରଣଙ୍କର ଥିଲା ଅଭାବନୀୟ ପ୍ରତିଷ୍ଠା। ସେ ପ୍ରତିଷ୍ଠାର ଉଜ୍ଜ୍ବଳ ସ୍ଵାକ୍ଷର ଥିଲା ବାଲିରାଜା, ହାଅନ୍ନ, ଶାସ୍ତି, ଅଦେଖାହାତ, ଅଭିନେତ୍ରୀ, ଭୁଲି ହୁଏନା, ଝଞ୍ଜା, ତୁଣ୍ଡବାଇଦ, କା, ତମସାତୀରେ, ସତ୍ୟବତୀପରି ଅନ୍ୟୁନ ଷାଠିଏଟି ଉପନ୍ୟାସ । ଏସବୁ ତାଙ୍କୁ ଦେଇଥିଲା ବିପୁଳ ପାଠକୀୟ ସ୍ଵୀକୃତି ଓ ପହଞ୍ଚାଇଥିଲା ଲୋକପ୍ରିୟତାର ଶୀର୍ଷରେ। ଅସମଞ୍ଜସ ସାମାଜିକ ଜୀବନ, ଜାତିପ୍ରଥାର ତୀବ୍ରତା, ନାରୀର ପେଷିତ ସତ୍ତା– ସ୍ଵାଭିମାନ ଓ ସ୍ଵାଧୂକାର ପାଇଁ ତା’ର ସଂଗ୍ରାମ, ପରମ୍ପରାବାଦୀ ଚିନ୍ତାଧାରା ସହ ଆଧୁନିକ ପରିବର୍ତ୍ତନ ପନ୍ଥୀଙ୍କ ଚିତ୍ତ-ସଂଘର୍ଷ– ନିଜ ଉପନ୍ୟାସମାନଙ୍କରେ ଏସବୁର କ୍ରମାଗତ ପ୍ରଦର୍ଶନ କାହ୍ନୁଚରଣଙ୍କର ଏକ ବିଶେଷ ପରିଚୟ ତିଆରି କରିଥିଲା। ଓଡ଼ିଆଙ୍କ ଆତ୍ମପରିଚୟର ପ୍ରତିଷ୍ଠା ପାଇଁ ମଧ୍ୟ ସେ ଥିଲେ ସକ୍ରିୟ। ତାଙ୍କର ଉପନ୍ୟାସଗୁଡ଼ିକ ଜୀବନର ନିର୍ଭେଜାଲ ମୋଜାଇକ୍ ଚିତ୍ରକୁ ଉପସ୍ଥାପିତ କରିପାରୁଥିଲା ଆବାଳ ବୃଦ୍ଧ ବନିତାଙ୍କ ବୋଧଗମ୍ୟ ସହଜ, ନିରଳଂକାର ଭାଷାରେ। ଶ୍ରୀ ସୂର୍ଯ୍ୟମଣି ମହାନ୍ତିଙ୍କ ଔରସରୁ ଓ ଶ୍ରୀମତୀ ଦୁର୍ଗାଦେବୀଙ୍କ ଗର୍ଭରୁ ୧୯୦୬ ମସିହା ଅଗଷ୍ଟ ମାସ ଏଗାର ତାରିଖରେ ଜନ୍ମିତ କାହ୍ନୁଚରଣ ଅଶୀବର୍ଷ ବୟସ ପର୍ଯ୍ୟନ୍ତ ନିରଳସ ଲେଖ୍ ଚାଲିଥିଲେ। ବୃତ୍ତିରେ ସରକାରୀ କର୍ମଚାରୀ କାହ୍ନୁଚରଣ ବ୍ୟକ୍ତିଗତ ଜୀବନ, ଚାକିରି ଜୀବନ ଓ ସମାଜ ଜୀବନରୁ ଆହୃତ ଅଭିଜ୍ଞତାରୁ ସାଜିଥିଲେ ଅନନ୍ୟ ଶବ୍ଦ-ଶିଳ୍ପୀ। ୧୯୯୪ ମସିହା ଏପ୍ରିଲ ମାସ ଛଅ ତାରିଖରେ ଦେହରକ୍ଷା କରିଥିଲେ ଏହି ମହାନ କଥାକାର।
Star ratings
    Average rating: 0.0 (0 votes)

ଓଡ଼ିଆ ଉପନ୍ୟାସ ଜଗତରେ କାହ୍ନୁଚରଣଙ୍କର ଥିଲା ଅଭାବନୀୟ ପ୍ରତିଷ୍ଠା। ସେ ପ୍ରତିଷ୍ଠାର ଉଜ୍ଜ୍ବଳ ସ୍ଵାକ୍ଷର ଥିଲା ବାଲିରାଜା, ହାଅନ୍ନ, ଶାସ୍ତି, ଅଦେଖାହାତ, ଅଭିନେତ୍ରୀ, ଭୁଲି ହୁଏନା, ଝଞ୍ଜା, ତୁଣ୍ଡବାଇଦ, କା, ତମସାତୀରେ, ସତ୍ୟବତୀପରି ଅନ୍ୟୁନ ଷାଠିଏଟି ଉପନ୍ୟାସ । ଏସବୁ ତାଙ୍କୁ ଦେଇଥିଲା ବିପୁଳ ପାଠକୀୟ ସ୍ଵୀକୃତି ଓ ପହଞ୍ଚାଇଥିଲା ଲୋକପ୍ରିୟତାର ଶୀର୍ଷରେ। ଅସମଞ୍ଜସ ସାମାଜିକ ଜୀବନ, ଜାତିପ୍ରଥାର ତୀବ୍ରତା, ନାରୀର ପେଷିତ ସତ୍ତା– ସ୍ଵାଭିମାନ ଓ ସ୍ଵାଧୂକାର ପାଇଁ ତା’ର ସଂଗ୍ରାମ, ପରମ୍ପରାବାଦୀ ଚିନ୍ତାଧାରା ସହ ଆଧୁନିକ ପରିବର୍ତ୍ତନ ପନ୍ଥୀଙ୍କ ଚିତ୍ତ-ସଂଘର୍ଷ– ନିଜ ଉପନ୍ୟାସମାନଙ୍କରେ ଏସବୁର କ୍ରମାଗତ ପ୍ରଦର୍ଶନ କାହ୍ନୁଚରଣଙ୍କର ଏକ ବିଶେଷ ପରିଚୟ ତିଆରି କରିଥିଲା। ଓଡ଼ିଆଙ୍କ ଆତ୍ମପରିଚୟର ପ୍ରତିଷ୍ଠା ପାଇଁ ମଧ୍ୟ ସେ ଥିଲେ ସକ୍ରିୟ। ତାଙ୍କର ଉପନ୍ୟାସଗୁଡ଼ିକ ଜୀବନର ନିର୍ଭେଜାଲ ମୋଜାଇକ୍ ଚିତ୍ରକୁ ଉପସ୍ଥାପିତ କରିପାରୁଥିଲା ଆବାଳ ବୃଦ୍ଧ ବନିତାଙ୍କ ବୋଧଗମ୍ୟ ସହଜ, ନିରଳଂକାର ଭାଷାରେ। ଶ୍ରୀ ସୂର୍ଯ୍ୟମଣି ମହାନ୍ତିଙ୍କ ଔରସରୁ ଓ ଶ୍ରୀମତୀ ଦୁର୍ଗାଦେବୀଙ୍କ ଗର୍ଭରୁ ୧୯୦୬ ମସିହା ଅଗଷ୍ଟ ମାସ ଏଗାର ତାରିଖରେ ଜନ୍ମିତ କାହ୍ନୁଚରଣ ଅଶୀବର୍ଷ ବୟସ ପର୍ଯ୍ୟନ୍ତ ନିରଳସ ଲେଖ୍ ଚାଲିଥିଲେ। ବୃତ୍ତିରେ ସରକାରୀ କର୍ମଚାରୀ କାହ୍ନୁଚରଣ ବ୍ୟକ୍ତିଗତ ଜୀବନ, ଚାକିରି ଜୀବନ ଓ ସମାଜ ଜୀବନରୁ ଆହୃତ ଅଭିଜ୍ଞତାରୁ ସାଜିଥିଲେ ଅନନ୍ୟ ଶବ୍ଦ-ଶିଳ୍ପୀ। ୧୯୯୪ ମସିହା ଏପ୍ରିଲ ମାସ ଛଅ ତାରିଖରେ ଦେହରକ୍ଷା କରିଥିଲେ ଏହି ମହାନ କଥାକାର।

There are no comments on this title.

to post a comment.